Top Odia Grammar mix mcq questions with Answers | Odia Grammar for all competitive exams

  Top Odia Grammar mix mcq questions with Answers | Odia Grammar for all competitive exams 

Most Important Odia Grammar MCQ Questions With Answers Bellow.

    Most important Odia Grammar Mcqs Questions with Answers


     Odia Grammar questions are provided here to help the students understand the the concept and the grammatical error of odia language in our daily existence. As we know, Odia Grammar is one of the important subject  that can be applied in many Competitive exams under OSSSC and OSSC.



୧. କହି ଜାଣିଲେ କ’ଣ ସୁନ୍ଦର ହୁଏ ?
(କ) ମଥା
(ଖ) କଥା
(ଗ) ମୁଖ
(ଘ) ନେତ୍ର


୨. ଅରୁଣ କାଲି ଗଛରେ ଚଢ଼ି ଆମ୍ବ ତୋଳିଥିଲା – ଏହା କ'ଣ ଅଟେ ?
(କ) ଅସଂପୂର୍ଣ୍ଣ ବକ୍ତବ୍ୟ
(ଖ) ଅସଂପୂର୍ଣ୍ଣ ଭାବ
(ଗ) ସଂପୂର୍ଣ୍ଣ ବକ୍ତବ୍ୟ
(ଘ) ଅସଂପୂର୍ଣ୍ଣ ଉକ୍ତି


୩. ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ, ତାକୁ କ’ଣ କୁହାଯାଏ ?
(କ) ଶବ୍ଦ
(ଖ) ବାକ୍ୟ
(ଗ) ପଦ
(ଘ) ଧ୍ୱନି


୪. ସାର୍ଥକ ବାକ୍ୟର କେତୋଟି ଲକ୍ଷଣ ଥାଏ ?
(କ) ୦୧
(ଖ) ୦୨
(ଗ) ୦୩
(ଘ) ୦୪


୫. ବାକ୍ୟରେ ବ୍ୟବହାର କରାଯାଉଥିବା ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ କ’ଣ କୁହାଯାଏ ?
(କ) ପଦଯୋଜନା
(ଖ) ଯୋଗ୍ୟତା
(ଗ) ଆସତ୍ତି
(ଘ) ଆକାଂକ୍ଷା


୬. ଛେଳିଟି ଭଲ ଗୀତ ବୋଲୁଛି । ଏଠାରେ ବାକ୍ୟର କେଉଁ ଉପାଦାନର ଅଭାବ ଅଛି ?
(କ) ପଦବିନ୍ୟାସ
(ଖ) ଆକାଂକ୍ଷା
(ଗ) ଆସତ୍ତି
(ଘ) ଯୋଗ୍ୟତା


୭. ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦଗୁଡ଼ିକର ଅର୍ଥବୋଧକତା ପାଇଁ ଅପେକ୍ଷା ରଖିବାକୁ କ’ଣ କୁହାଯାଏ 
(କ) ଆକାଂକ୍ଷା
(ଖ) ଯୋଗ୍ୟତା
(ଗ) ଆସତ୍ତି
(ଘ) ପଦବିନ୍ୟାସ


୮. ମଦନ ସହିତ .... । ଏଠାରେ କେଉଁ ଉପାଦାନର ଅଭାବ ଅଛି ?
(କ) ପଦବିନ୍ୟାସ
(ଖ) ଆସତ୍ତି
(ଗ) ଆକାଂକ୍ଷା
(ଘ) ଯୋଗ୍ୟତା


୯. ହୋଇ ହେଲେ ପ୍ରାପ୍ତ ବୁଦ୍ଧତ୍ୱ ଗୌତମ ତପସିଦ୍ଧ – ଏଠାରେ କେଉଁ ଉପାଦାନର ଅଭାବ ଅଛି ?
(କ) ଯୋଗ୍ୟତା
(ଖ) ଆସତ୍ତି
(ଗ) ଆକାଂକ୍ଷା
(ଘ) ପଦବିନ୍ୟାସ


୧୦. ବାକ୍ୟରେ ଥିବା ପଦଯୋଜନା ବା ସୌନ୍ଦର୍ଯ୍ୟକୁ କ’ଣ କୁହାଯାଏ ?
(କ) ଯୋଗ୍ୟତା
(ଖ) ଆକାଂକ୍ଷା
(ଗ) ପଦବିନ୍ୟାସ
(ଘ) ଆସତ୍ତି


୧୧. ବାକ୍ୟର କେଉଁ ଉପାଦାନକୁ ପଦବିନ୍ୟାସ କୁହାଯାଏ ?
(କ) ଯୋଗ୍ୟତା
(ଖ) ଆକାଂକ୍ଷା
(ଗ) ଆସତ୍ତି
(ଘ) ପାରସ୍ପରିକ ସମ୍ବନ୍ଧ


୧୨. ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ କ’ଣ କୁହାଯାଏ ?
(କ) ବାକ୍ୟ
(ଖ) ବାକ୍ୟାଂଶ
(ଗ) ଖଣ୍ଡବାକ୍ୟ
(ଘ) ଉପବାକ୍ୟ


୧୩. ବାକ୍ୟର କେଉଁଠାରେ କର୍ତ୍ତା ବ୍ୟବହୃତ ହୁଏ ?
(କ) ଆରମ୍ଭରେ
(ଖ) ମଧ୍ୟରେ
(ଗ) ଶେଷରେ
(ଘ) କ୍ରିୟା ପରେ


୧୪. ବାକ୍ୟରେ କ୍ରିୟା ସକର୍ମକ ହୋଇଥିଲେ, କର୍ମପଦ କେଉଁଠାରେ ବସେ ?
(କ) ବାକ୍ୟର ଆରମ୍ଭରେ
(ଖ) ବାକ୍ୟର ଶେଷରେ
(ଗ) କ୍ରିୟାର ପରେ
(ଘ) କ୍ରିୟାର ପୂର୍ବରୁ


୧୫. ବାକ୍ୟରେ ପଦନ୍ୱୟୀ ଅବ୍ୟୟ କେଉଁଠାରେ ବସେ ?
(କ) ସମ୍ବନ୍ଧିତ ପଦ ପୂର୍ବରୁ
(ଖ) ସମ୍ବନ୍ଧିତ ପଦ ପରେ
(ଗ) ବାକ୍ୟର ଶେଷରେ
(ଘ) ବାକ୍ୟର ଆରମ୍ଭରେ


୧୬. କେତେବେଳେ ପ୍ରତ୍ୟେକ ସମ୍ବନ୍ଧପଦ ବିଭକ୍ତିଯୁକ୍ତ ହୁଏ ?
(କ) ବିଶିଷ୍ଟ ବ୍ୟକ୍ତିସମ୍ବନ୍ଧ ବୁଝାଇଲେ
(ଖ) ବିଭିନ୍ନ ବ୍ୟକ୍ତିସମ୍ବନ୍ଧ ବୁଝାଇବାକୁ ହେଲେ
(ଗ) କୌଣସି ବ୍ୟକ୍ତିସମ୍ବନ୍ଧ ନ ବୁଝାଇଲେ
(ଘ) ଏକାଧିକ ସମ୍ବନ୍ଧିତ ପଦ ଥିଲେ


୧୭. ବାକ୍ୟରୂପ ମୁଖ୍ୟତଃ କେତେ ପ୍ରକାର ?
(କ) ୦୧
(ଖ) ୦୨
(ଗ) ୦୩
(ଘ) ୦୪


୧୮. ବାକ୍ୟର ଗଠନାତ୍ମକ ରୂପ କେତେ ପ୍ରକାର ?
(କ) ୦୧
(ଖ) ୦୨
(ଗ) ୦୩
(ଘ) ୦୪


୧୯. ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ କ’ଣ କୁହାଯାଏ ?
(କ) ସରଳ ବାକ୍ୟ
(ଖ) ଯୌଗିକ ବାକ୍ୟ
(ଗ) ଜଟିଳ ବାକ୍ୟ
(ଘ) ମିଶ୍ର ବାକ୍ୟ


୨୦. ବାକ୍ୟରେ ନ କେଉଁଠାରେ ବସିଥାଏ ?
(କ) କର୍ତ୍ତା ପରେ
(ଖ) କ୍ରିୟା ପୂର୍ବରୁ
(ଗ) କ୍ରିୟା ପରେ
(ଘ) ଅବ୍ୟୟ ପୂର୍ବରୁ


୨୧. ଆମ ସାହିତ୍ୟ ଶିକ୍ଷକ ଜଣେ ଜ୍ଞାନୀ ବ୍ୟକ୍ତି । -ଗଠନ ଦୃଷ୍ଟିରୁ ଏହା କେଉଁ ପ୍ରକାର ବାକ୍ୟ ?
(କ) ମିଶ୍ରବାକ୍ୟ
(ଖ) ଯୌଗିକ ବାକ୍ୟ
(ଗ) ଜଟିଳ ବାକ୍ୟ
(ଘ) ସରଳ ବାକ୍ୟ


୨୨. ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଽଧିକ ସରଳବାକ୍ୟର ସମାହାରରେ କେଉଁ ବାକ୍ୟ ଗଠିତ ହୁଏ ?
(କ) ସରଳ ବାକ୍ୟ
(ଖ) ଯୌଗିକ ବାକ୍ୟ
(ଗ) ଜଟିଳ ବାକ୍ୟ
(ଘ) ମିଶ୍ରବାକ୍ୟ

Top General Knowledge Mcqs


୨୩. ଯେଉଁ ପଦ ଦୁଇଟି ବାକ୍ୟ ବା ଦୁଇଟି ଶବ୍ଦକୁ ସଂଯୋଗ କରେ, ତାହାକୁ କେଉଁ ଅବ୍ୟୟ କୁହାଯାଏ ?
(କ) ବିଯୋଜକ
(ଖ) ପ୍ରଶ୍ନସୂଚକ
(ଗ) ସଂଯୋଜକ
(ଘ) ପଦାନ୍ୱୟୀ


୨୪. ଦୁଇ ବା ତତୋଽଧିକ ପରସ୍ପର ସାପେକ୍ଷ ଖଣ୍ଡବାକ୍ୟର ସମନ୍ଵୟରେ କେଉଁ ବାକ୍ୟ ଗଠିତ ହୁଏ ?
(କ) ସରଳ ବାକ୍ୟ
(ଖ) ଜଟିଳ ବାକ୍ୟ
(ଗ) ଯୌଗିକ ବାକ୍ୟ
(ଘ) ମିଶ୍ର ବାକ୍ୟ


୨୫. ଯେକୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ କେଉଁ ବାକ୍ୟ କୁହାଯାଏ ?
(କ) ମିଶ୍ରବାକ୍ୟ
(ଖ) ସରଳ ବାକ୍ୟ
(ଗ) ଯୌଗିକ ବାକ୍ୟ
(ଘ) ଜଟିଳ ବାକ୍ୟ


୨୬. ଯେଉଁ ଝିଅଟି ନାଚୁଛି, ସେ ରାମର ଭଉଣୀ । –ଗଠନ ଦୃଷ୍ଟିରୁ ଏହା କେଉଁ ପ୍ରକାର ବାକ୍ୟ ?
(କ) ସରଳବାକ୍ୟ
(ଖ) ଯୌଗିକ ବାକ୍ୟ
(ଗ) ଜଟିଳ ବାକ୍ୟ
(ଘ) ମିଶ୍ର ବାକ୍ୟ


୨୭. ବାକ୍ୟର ପ୍ରକାର୍ଯ୍ୟଗତ ରୂପ କେତେ ପ୍ରକାର ?
(କ) ୦୧
(ଖ) ୦୫
(ଗ) ୦୩
(ଘ) ୦୪


୨୮. ନିର୍ଦ୍ଦିଷ୍ଟ ବିଷୟକ ବିବୃତି ବା ବକ୍ତବ୍ୟ ପ୍ରଦାନ କରୁଥିବା ବାକ୍ୟକୁ କେଉଁ ବାକ୍ୟ କୁହାଯାଏ ?
(କ) ବିବୃତିସୂଚକ ବାକ୍ୟ
(ଖ) ଆଦେଶସୂଚକ ବାକ୍ୟ
(ଗ) ନାସ୍ତିସୂଚକ ବାକ୍ୟ
(ଘ) ପ୍ରଶ୍ନସୂଚକ ବାକ୍ୟ


୨୯. କବିମାନଙ୍କ ମଧ୍ୟରେ କାଳିଦାସ ଶ୍ରେଷ୍ଠ । –ପ୍ରକାର୍ଯ୍ୟ ଦୃଷ୍ଟିରୁ ଏହା କେଉଁ ପ୍ରକାର ବାକ୍ୟ ?
(କ) ପ୍ରଶ୍ନସୂଚକ ବାକ୍ୟ
(ଖ) ନାସ୍ତିସୂଚକ ବାକ୍ୟ
(ଗ) ବିବୃତିସୂଚକ ବାକ୍ୟ
(ଘ) ବିସ୍ମୟସୂଚକ ବାକ୍ୟ


୩୦. ଘରଟିକୁ ସଫା କରିଦିଅ ।–ପ୍ରକାର୍ଯ୍ୟ ଦୃଷ୍ଟିରୁ ଏହା କେଉଁ ପ୍ରକାର ବାକ୍ୟ ?
(କ) ପ୍ରଶ୍ନସୂଚକ ବାକ୍ୟ
(ଖ) ଅନୁରୋଧ ବା ଆଦେଶସୂଚକ ବାକ୍ୟ
(ଗ) ବିସ୍ମୟସୂଚକ ବାକ୍ୟ
(ଘ) ବିବୃତିସୂଚକ ବାକ୍ୟ


୩୧. କୌଣସି ପ୍ରଶ୍ନର ସୂଚନା ପ୍ରଦାନ କରୁଥିବା ବାକ୍ୟକୁ କେଉଁ ବାକ୍ୟ କୁହାଯାଏ ?
(କ) ବିବୃତିସୂଚକ ବାକ୍ୟ
(ଖ) ଆଦେଶସୂଚକ ବାକ୍ୟ
(ଗ) ପ୍ରଶ୍ନସୂଚକ ବାକ୍ୟ
(ଘ) ନାସ୍ତିସୂଚକ ବାକ୍ୟ


୩୨. ତୁମେ କେବେ ଆସିଲ ? –ପ୍ରକାର୍ଯ୍ୟଗତ ଦୃଷ୍ଟିରୁ ଏହା କେଉଁ ପ୍ରକାର ବାକ୍ୟ ?
(କ) ପ୍ରଶ୍ନସୂଚକ ବାକ୍ୟ
(ଖ) ବିବୃତିସୂଚକ ବାକ୍ୟ
(ଗ) ନାସ୍ତିସୂଚକ ବାକ୍ୟ
(ଘ) ବିସ୍ମୟସୂଚକ ବାକ୍ୟ


୩୩. ଯେଉଁ ବାକ୍ୟ ବିସ୍ମୟଭାବକୁ ପ୍ରକାଶ କରେ, ତାକୁ କେଉଁ ବାକ୍ୟ କୁହାଯାଏ ?
(କ) ପ୍ରଶ୍ନସୂଚକ ବାକ୍ୟ
(ଖ) ନାସ୍ତିସୂଚକ ବାକ୍ୟ
(ଗ) ବିବୃତିସୂଚକ ବାକ୍ୟ
(ଘ) ବିସ୍ମୟସୂଚକ ବାକ୍ୟ


୩୪. ସତରେ ତୁମେ ଆସିଛ ! --ପ୍ରକାର୍ଯ୍ୟଗତ ଦୃଷ୍ଟିରୁ ଏହା କେଉଁ ପ୍ରକାର ବାକ୍ୟ ?
(କ) ପ୍ରଶ୍ନସୂଚକ ବାକ୍ୟ
(ଖ) ବିବୃତିସୂଚକ ବାକ୍ୟ
(ଗ) ବିସ୍ମୟସୂଚକ ବାକ୍ୟ
(ଘ) ନାସ୍ତିସୂଚକ ବାକ୍ୟ


୩୫. ନାସ୍ତି ସୂଚନା ପ୍ରଦାନ କରୁଥିବା ବାକ୍ୟକୁ କ’ଣ କହନ୍ତି ?
(କ) ନାସ୍ତିସୂଚକ ବାକ୍ୟ
(ଖ) ପ୍ରଶ୍ନସୂଚକ ବାକ୍ୟ
(ଗ) ବିସ୍ମୟସୂଚକ ବାକ୍ୟ
(ଘ) ଆଦେଶସୂଚକ ବାକ୍ୟ


୩୬. ମୁଁ ତୁମ ନିୟମ ପାଳି ପାରିବି ନାହିଁ । ପ୍ରକାର୍ଯ୍ୟଗତ ଦୃଷ୍ଟିରୁ ଏହା କେଉଁ ପ୍ରକାର ବାକ୍ୟ ?
(କ) ପ୍ରଶ୍ନସୂଚକ ବାକ୍ୟ
(ଖ) ବିସ୍ମୟସୂଚକ ବାକ୍ୟ
(ଗ) ଆଦେଶସୂଚକ ବାକ୍ୟ
(ଘ) ନାସ୍ତିସୂଚକ ବାକ୍ୟ


୩୭. ଆଦେଶ ଓ ଅନୁରୋଧ ଭାବ ପ୍ରକାଶ କରୁଥିବା ବାକ୍ୟକୁ କେଉଁ ବାକ୍ୟ କୁହାଯାଏ ?
(କ) ପ୍ରଶ୍ନସୂଚକ ବାକ୍ୟ
(ଖ) ଆଦେଶ ବା ଅନୁରୋଧ ସୂଚକ ବାକ୍ୟ
(ଗ) ନାସ୍ତିସୂଚକ ବାକ୍ୟ
(ଘ) ବିବୃତିସୂଚକ ବାକ୍ୟ


୩୮. ସେ ପୁରୀ ଗଲା କିନ୍ତୁ ଜଗନ୍ନାଥଙ୍କୁ ଦେଖିପାରିଲା ନାହିଁ । ଗଠନ ଦୃଷ୍ଟିରୁ ଏହା କେଉଁ ପ୍ରକାର ବାକ୍ୟ ?
(କ) ସରଳ
(ଖ) ଯୌଗିକ
(ଗ) ଜଟିଳ
(ଘ) ମିଶ୍ର


୩୯. ବାକ୍ୟରେ ‘ନାହିଁ’ ପଦ କେଉଁଠାରେ ବସେ ?
(କ) ଆରମ୍ଭରେ
(ଖ) କର୍ତ୍ତା ପରେ
(ଗ) କ୍ରିୟା ପୂର୍ବରୁ
(ଘ) କ୍ରିୟା ପରେ


୪୦. ବାକ୍ୟରେ ବିଶେଷଣ ପଦ କେଉଁଠାରେ ବ୍ୟବହୃତ ହୁଏ ?
(କ) ବିଶେଷ୍ୟ ପୂର୍ବରୁ
(ଖ) ବିଶେଷ୍ୟ ପରେ
(ଗ) କ୍ରିୟା ପୂର୍ବରୁ
(ଘ) କ୍ରିୟା ପରେ


୪୧. ଜାଣିବାକୁ ଇଚ୍ଛା କରୁଥିବା ବ୍ୟକ୍ତି । ରେଖାଙ୍କିତ ଅଂଶକୁ ଏକପଦରେ ପ୍ରକାଶ କଲେ କ'ଣ ହେବ ?
(କ) ଜିଜ୍ଞାସା
(ଖ) ପିପାସା
(ଗ) ଜିଜ୍ଞାସୁ
(ଘ) ପିପାସୁ


୪୨. ବାକ୍ୟରେ କ୍ରିୟା ଦ୍ୱିକର୍ମକ ହୋଇଥିଲେ, ମୁଖ୍ୟ କର୍ମ କେଉଁଠାରେ ବସେ ?
(କ) ବାକ୍ୟ ଆରମ୍ଭରେ
(ଖ) ବାକ୍ୟ ଶେଷରେ
(ଗ) ଗୌଣକର୍ମ ପରେ
(ଘ) ଗୌଣକର୍ମ ପୂର୍ବରୁ


୪୩. ଦୀର୍ଘବାକ୍ୟକୁ ସଂକ୍ଷେପରେ ପ୍ରକାଶ କରିବାକୁ କ’ଣ କୁହାଯାଏ ?
(କ) ବାକ୍ୟ ରୂପାନ୍ତର
(ଖ) ବାକ୍ୟ ସଂକ୍ଷେପଣ
(ଗ) ଉକ୍ତି ପରିବର୍ତ୍ତନ
(ଘ) ବାଚ୍ୟ ପରିବର୍ତ୍ତନ


୪୪. ଯାହା କରିବା ଉଚିତ ତାହା କର, ଏହାକୁ ସଂକ୍ଷେପଣ କଲେ ହେବ – କର୍ତ୍ତବ୍ୟ କର – କେଉଁ ମାଧ୍ୟମରେ ଏହା ସଂକ୍ଷେପଣ କରାଯାଇଛି ?
(କ) ସନ୍ଧି
(ଖ) କୂଦନ୍ତ
(ଗ) ସମାସ
(ଘ) ତଦ୍ଧିତ


୪୫. ପାନରାଟି ଆମ ଗ୍ରାମକୁ ଆସୁଛି । ପାନରାଟି ପଦଟି କାହାଦ୍ଵାରା ସଂକ୍ଷେପଣ କରାଯାଇଛି ?
(କ) ସନ୍ଧି
(ଖ) ସମାସ
(ଗ) କୃଦନ୍ତ
(ଘ) ତଦ୍ଧିତ


୪୬. ଓହୋ ! କି ଶିତ ! ପ୍ରକାର୍ଯ୍ୟଗତ ଦୃଷ୍ଟିରୁ ଏହା କେଉଁ ପ୍ରକାର ବାକ୍ୟ ?
(କ) ବିସ୍ମୟସୂଚକ ବାକ୍ୟ
(ଖ) ନାସ୍ତିସୂଚକ ବାକ୍ୟ
(ଗ) ପ୍ରଶ୍ନସୂଚକ ବାକ୍ୟ
(ଘ) ବିବୃତିସୂଚକ ବାକ୍ୟ


୪୭. “ରାଧାଶ୍ୟାମ ଭଲ ଭାଷଣ ଦେଇପାରେ ” -- ଏହା କେଉଁ ବାଚ୍ୟ ?
(କ) କର୍ମବାଚ୍ୟ
(ଖ) କର୍ତ୍ତୃବାଚ୍ୟ
(ଗ) ଭାବବାଚ୍ୟ
(ଘ) କର୍ମ ଓ ଭାବ ବାଚ୍ୟ


୪୮. ବାକ୍ୟରେ କ୍ରିୟା ସକର୍ମକ ହୋଇଥିଲେ, କର୍ମ ପଦଟି କେଉଁଠାରେ ରହେ ?
(କ) ବାକ୍ୟ ଆରମ୍ଭରେ
(ଖ) ବାକ୍ୟ ଶେଷରେ
(ଗ) କ୍ରିୟାର ପୂର୍ବରୁ
(ଘ) କ୍ରିୟାର ପରେ


୪୯. “ତନୁଜାର ନାଚ ହେଉ” –ଏହା କେଉଁ ବାଚ୍ୟ ?
(କ) ଭାବ ଓ କର୍ମବାଚ୍ୟ
(ଖ) କର୍ତ୍ତୃବାଚ୍ୟ
(ଗ) କର୍ମବାଚ୍ୟ
(ଘ) ଭାବବାଚ୍ୟ


୫୦. ଗଠନାତ୍ମକ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାର ?
(କ) ଦୁଇ
(ଖ) ତିନି
(ଗ) ଚାରି
(ଘ) ପାଞ୍ଚ


If You Really Enjoyed Then Leave Your Valuable Comments 💚




Next 2 3 4 5 .......

You Must Read 👉


 🔴 Top Odia Grammar Mcqs


 🔴 Top Computer Mcqs


 🔴 Top Mathematics Tricks


 🔴 Top General Knowledge Mix


 🔴 Ancient History of Odisha and India





Post a Comment

0 Comments